ADS

ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ : ସିଂହଦ୍ବାର ସମ୍ମୁଖରେ ଲାଗିଛି ବ୍ୟାରିକେଡ, ମହାପ୍ରସାଦ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ ୦୧।୧୧: ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାରୁ ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ସେହିଭଳି ମହାପ୍ରସାଦ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଟକଣା ଥିବାରୁ ଭକ୍ତ ତଥା ହବିଷ୍ୟାଳୀ ମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରଦକ୍ଷଣ କରିପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି। ବିଶେଷ କରି ପତିତପାବନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଭିଡ଼ ହେଉଥିବାରୁ ସେଠାରେ ଏକ ସ୍ବତନ୍ତ୍ର ବ୍ୟାରିକେଡ଼ କରାଯାଇଛି । ଭକ୍ତ ମାନେ ସେହି ରାସ୍ତାରେ ଯାଇ ସିଧା କାକୁଡ଼ିଖାଇ ଛକରେ ପହଞ୍ଚି ଶ୍ରୀମନ୍ଦିର ଚାରିପାଖ ପ୍ରଦକ୍ଷଣ କରିପାରିବେ।

ସେହିପରି କାର୍ତ୍ତିକ ମାସରେ ଭକ୍ତ ମାନେ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇବେ ସେ ନେଇ ଉତ୍ତର ଓ ଦକ୍ଷିଣଦ୍ବାର ନିକଟରେ ଏକ ସେଡ଼ କରାଯାଇଛି । ସେଠାରେ ସୁଆର ମହାସୁଆର ନିଯୋଗ ଠାରୁ ଟୋକନ ନେଇ ଭକ୍ତ ସୁଲଭ ମୁଲ୍ୟରେ ମହାପ୍ରସାଦ ପାଇ ପାରିବେ । ଅନଲକ ୬ରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ନୂଆ ଗାଇଡ଼ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କିନ୍ତୁ  ମହାପ୍ରଭୁଙ୍କ କାର୍ତ୍ତିକ ନୀତି, ଦୀପାବଳି, ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଓ ନୂଆବର୍ଷରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ ସେନେଇ ସସପେନ୍ସ ରହିଛି  ପ୍ରବର୍ଷ କାର୍ତ୍ତିକ ମାସରେ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ହେଲେ ଏଥର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି ଭୂତାଣୁ ।



from Prameya News7

Comments

Popular posts from this blog