ADS

ଆଇପିଏଲ ବେଟିଂ ବେଳେ ପୋଲିସର ଅତର୍କିତ ଚଢଉ, ୫ କିଙ୍ଗପିନ୍ ଗିରଫ, ମୁମ୍ବାଇକୁ ଲମ୍ବିଛି ଚେର

ସମ୍ବଲପୁର,୦୧/୧୧: ବେଶ ସୁରୁଖୁରୁରେ ସମ୍ବଲପୁରରେ ଚଳାଇଥିଲେ ଆଇପିଏଲ ବେଟିଂ। ହେଲେ ପୁଲିସ ବି ଧରିବାକୁ ଯୋଜନା ପ୍ରସ୍ତୁତ କରି ରହିଥିଲା। ଯେମିତି ଏହାର କିଙ୍ଗପିନ ମାନଙ୍କୁ ଧରିବ । ଆଉ ଠିକ ସେଇଆ ହେଲା ।ପୁଲିସ ପଞ୍ଝାରେ ପଡ଼ିଛନ୍ତି ଆଇପିଏଲ୍‌ ବେଟିଂର ୫ କିଙ୍ଗ୍‌ପିନ୍‌ । ସହରର ବିଭିନ୍ନ ଥାନାଞ୍ଚଳରେ ବେଟିଂରେ ସଂପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ସମ୍ବଲପୁର ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ କ୍ଷେତରାଜପୁର ଥାନାଞ୍ଚଳରସୋମନାଥ ଘୋଷ (୩୮), ଧନୁପାଲି ଥାନାଞ୍ଚଳର ବିନୋଦ ସୋରେ, ବିକାଶ ରାଉତ, ରାକେଶ ନିଖାଟିଆ ଏବଂ ଟାଉନ ଥାନାଞ୍ଚଳର ବାବୁଲ ପ୍ରଧାନ (୩୦) । ପୁଲିସ ସେମାନଙ୍କ ପାଖରୁ ପ୍ରାୟ ୧୫ ହଜାରରୁ ଅଧିକ ଟଙ୍କା ଜବତ କରିଛି । ସେପଟେ ଅଭିଯୁକ୍ତମାନେ ବିଭିନ୍ନ ୱେବସାଇଟ୍‌ ଏବଂ ଆପ ମାଧ୍ୟମରେ ବେଟିଂ କରୁଥିବା ଜଣାପଡ଼ିଛି । ଏନେଇ ଅଧିକ ଖୋଳତାଡ଼ ପୁଲିସ ଜାରି ରଖିଛି ।

ସୂଚନାନୁସାରେ ସମ୍ବଲପୁର ସହରର ବିଭିନ୍ନ ଥାନାଞ୍ଚଳରେ ଆଇପିଏଲ୍‌ ବେଟିଂରେ ଦିନକୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଉଡୁଥିଲା। ପ୍ରତ୍ୟେକ ମ୍ୟାଚ୍‌ରେ ବୁକିମାନେ ଓଭର ଏବଂ ୱିକେଟ୍‌ ପିଛା ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଉଥିଲେ। ସହରର ଚାଲିଥିବା ବେଆଇନ୍‌ ବେଟିଂ ଉପରେ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ଡା. କନୱର ବିଶାଲ ସିଂହ ଅବଗତ ହେବା ପରେ କିଙ୍ଗପିନକୁ ଗିରଫ ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ। ଏନେଇ ସଦର ଏସ୍‌ଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ମୋଟ ୩ଟି ଟିମ୍‌ ଗଠନ କରାଯାଇ ବିଭିନ୍ନ ଜାଗାରେ ଚଢଉ କରାଯାଇଥିଲା । ପୁଲିସ ଘଟଣାରେ ସମ୍ପୃୃକ୍ତ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଅପରାଧୀମାନେ ବିଭିନ୍ନ ଆପ୍‌ ମାଧ୍ୟମରେ ବେଟିଂ ଲଗାଇବା ସହ ଏଜେଣ୍ଟ ମାଧ୍ୟମରେ ଟଙ୍କା ଆଦାୟ କରୁଥିଲେ।

ପ୍ରତ୍ୟେକ ଓଭର ଏବଂ ବଲ୍‌ରେ ହଜାର ହଜାର ଟଙ୍କା ବେଟିଂ ଲାଗୁଥିବା ନେଇ ପୁଲିସ ସୂଚନା ଦେଇଛି। ଏଥିରେ ଆହୁରି ଅନେକ ଅଭିଯୁକ୍ତ ସଂପୃକ୍ତ ଥିବା ଜାଣିବାକୁ ପାଇଛି ପୁଲିସ। ସେପଟେ ଲକ୍ଷ ଲକ୍ଷ ଟଙ୍କା ଖେଳ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏତେ ପରିମାଣର ଟଙ୍କା କୁଆଡ଼େ ଗଲା ସେନେଇ ବି ପୁଲିସ ଖୋଳତାଡ଼ କରୁଛି। ସେପଟେ ଖେଳରେ ରାଜ୍ୟ ବାହରର ଲିଙ୍କ ଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପୁଲିସ ସମସ୍ତ ୫ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୨୯୪ ଆରଡବ୍ଲୁ ୪ ଏବଂ ପିସିଏମ୍‌ସି ଦଫା ଲଗାଇଛି।



from Prameya News7

Comments

Popular posts from this blog