ADS

ଆଜିଠୁ ଖୋଲିଲା କୂଳଡିହା ଅଭୟାରଣ୍ୟ, ୮ ମାସ ଧରି କୋଭିଡ କଟକଣା ପାଇଁ ଥିଲା ବନ୍ଦ

ନୀଳଗିରି ୦୧।୧୧: ଆଜିଠୁ ଖୋଲିଲା କୂଳଡିହା ଅଭୟାରଣ୍ୟ । ଦୀର୍ଘ ୮ ମାସ ଧରି କୋଭିଡ କଟକଣା ସହ ବର୍ଷା ଋତୁ ପାଇଁ କୂଳଡିହା ଅଭୟାରଣ୍ୟ ବନ୍ଦ ପଡିଥିଲା । ଏବେ କୋଭିଡ ନିୟମ ପାଳନ ହେବା ସହ ପୁଣି ଅଭୟାରଣ୍ୟ ଖୋଲିଛି ।  ଏହା ସହ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀଯାପନର ବ୍ୟବସ୍ଥା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

prameyanews.com

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୂଳଡିହା ଅଭୟାରଣ୍ୟ ରହିଛି । ଯାହା ୨୭୨.୭୫ ବର୍ଗ କିଲୋମିଟର ପରିଧି ମଧ୍ୟରେ ଅବସ୍ଥିତି । ଅଭୟାରଣ୍ୟଟି ପ୍ରାକୃତି ସୌନ୍ଦର୍ଯ୍ୟରେ ଭରପୁର । ଏହା ସହ ହାତୀ, ବାଘ, ଭାଲୁ, ଗୟଳ ସହ ବିଭିନ୍ନ ଦେଶୀ ବିଦେଶୀ ପକ୍ଷୀ ମଧ୍ୟ ଏହି ଅଭୟାରଣ୍ୟରେ ଦେଖିବାକୁ ମିଳେ । ପର୍ଯ୍ୟଟକ ମାନେ ଏଠାକୁ ଆସି ବୁଲା ବୁଲି କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିଥାନ୍ତି । ତେବେ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ  ବନ ବିଭାଗ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ ଅଭୟାରଣ୍ୟରେ କୋଭିଡ ନିୟମ ମାନିବା ପାଇଁ ଗୁରୁତ୍ବ ଦିଆଯାଇଛି । 



from Prameya News7

Comments

Popular posts from this blog