ADS

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ଲମତାପୁଟ ୦୧।୧୧: ମାଛକୁଣ୍ଡ ଏବଂ ପଡୁଆ ପୋଲିସକୁ ବଡ଼ ସଫଳତା । ଗୋଡାଉନ ଉପରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୧ଲକ୍ଷ ଟଙ୍କାରୁ ଅଧିକ ହେବ । ଗଞ୍ଜେଇ ବୋଝେଇ ଭ୍ୟାନ୍‌କୁ ଜବତ କରିଛି ପୋଲିସ ।

ଜିଲ୍ଲାରେ ଗଞ୍ଜେଇ କାରବାର ବଡୁଥିବାର ନୂଆ ରଣନୀତି ଆପଣାଇଛି ପୋଲିସ । ଗଞ୍ଜେଇ ଗଚ୍ଛିତ ରଖିଥିବା ଗୋଦାମ ଉପରେ ଚଢାଉ  କରାଯାଉଛି । ବିଶେଷ ସୁତ୍ରରୁ ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ  ନନ୍ଦପୁର ଏସଡ଼ିପିଓ ,  ଲମତାପୁଟ ,  ମାଛକୁଣ୍ଡ  , ଜଲାପୁଟ ପୋଲିସ ପକ୍ଷରୁ ୫ ଜଣିଆ ଟିମ ଗଠନ କରାଯାଇଥିଲା । ଏହି ଟିମ୍‌ ହନୁମାଳ  ଗାଁର ଗୋବର ଧନ ଦଳାଇଙ୍କ ଘରେ ଚଢାଉ  କରିଥିଲେ । ଘର ଭିତରୁ  ୩୫ଟି ବସ୍ତା ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି ।

ସେପଟେ ପୋଲିସ ଗାଁରେ ପଶିବା ମାତ୍ରେ ମୁଖ୍ୟ ଅଭଯୁକ୍ତ ଗୋବରଧନ ଘରୁ ଖସି ଯିବାରେ ସକ୍ଷମ ହୋଇଥିଲା ।   ସ୍ଥାନୀୟ ମାଜିଷ୍ଟେଡ ଉପସ୍ତିତରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ଚଢାଉରେ ପ୍ରାୟ ୮ କ୍ୱିଣ୍ଟାଲ ୧୨ କେଜି  ଗଞ୍ଜେଇ  ଜବତ କରିଛି ପୋଲିସ ।  ଏହାର ମୂଲ୍ୟ ୮୧  ଲକ୍ଷ ଟଙ୍କାରୁ  ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି ।  

ସେହିପରି  ବିଶେଷ ସୂତ୍ରରୁ ଖବର ପାଇ ଏସଡ଼ିପିଓ  ନନ୍ଦପୁର ଏବଂ ପଡୁଆ ଥାନା  ଅଧିକାରୀ  ପାଟ୍ରେଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଭ୍ୟାନକୁ ଅଟକାଇଥିଲେ ।  ରାତିର ଅନ୍ଧାର ସାଙ୍ଗକୁ କୁହୁଡିର ସୁଯୋଗ ନେଇ ଜଙ୍ଗଲ ଭିତରକୁ ଗାଡି ଛାଡି ଡ୍ରାଇଭର ଫେରାର  ହୋଇଯାଇଛି ।  ଗାଡିକୁ ଯାଞ୍ଚ କରିବାରୁ ପ୍ରାୟ ୫ କ୍ୱିଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ ।

ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା  ହେବ ବୋଲି ପୋଲିସ ସୂଚନା ଦେଇଛି ।  ଏହି ଗଞ୍ଜେଇ  ଶଗର ଗାଁରୁ  ଆନ୍ଧ୍ର ପ୍ରଦେଶ ଚୋରାଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି ।  କୋରାପୁଟ ଜିଲ୍ଲାରେ ଲକ୍‌ଡାଉନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ  ୫୦ କୋଟି ଟଙ୍କାର  ଗଞ୍ଜେଇ ଜବତ ହୋଇଥିବା ବେଳେ ୨୦୦ ରୁ ଅଧିକ  ଗଞ୍ଜେଇ  ଚୋରାଚାଲାଣକାରୀଙ୍କୁ  ଗିରଫ କରିଛି ପୋଲିସ ।



from Prameya News7

Comments

Popular posts from this blog