ADS

ହୀରାକୁଦକୁ ବନ୍ୟାଜଳ ପ୍ରବେଶ କମିଛି, ୩୬ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ

ସମ୍ବଲପୁର ୩୧।୦୮: ହୀରାକୁଦକୁ ପ୍ରବେଶ କରୁଥିବା ଜଳ ପରିମାଣ କମିଛି। ଏଣୁ କର୍ତୃପକ୍ଷ ୧୦ଟି ଗେଟ୍ ବନ୍ଦ କରିଛନ୍ତି। ଫଳରେ ଏବେ ୩୬ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଛି।

ବର୍ତ୍ତମାନ ଜଳ ଭଣ୍ଡାର ମଧ୍ୟକୁ ୪ ଲକ୍ଷ ୯୪ ହଜାର ୯୪ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ୬ ଲକ୍ଷ ୬୫ ହଜାର ୬୨୪ ଘନଫୁଟ ପାଣି ଜଣ ଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି । ଛତିଶଗଡ ଏବଂ ଇବ୍ -ଭେଡେନ୍ ଜରିଆରେ ଆସିଥିବା ବନ୍ୟା ଜଳ ସର୍ବାଧିକ ୯ଲକ୍ଷ ୧୧ହଜାର କ୍ୟୁସେକ୍ ଜଳ ଏବେ କମିବା ଆରମ୍ଭ କରିଛି। ତେଣୁ ହୀରାକୁଦରେ ବର୍ତ୍ତମାନ ୩୬ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି ।



from Prameya News7

Comments

Popular posts from this blog