ADS

ଅଗଷ୍ଟ ୩୧ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ତ ପ୍ରାପ୍ତିର ସୂଚନା ମିଳୁଛି । ମନରେ ଈର୍ଷାଭାବ ଜାତ ହୋଇପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ବୃଷ – ବ୍ୟବସାୟୀ ଲାଭଜନକ ହେବେ । ସେବା ମନୋଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଗ୍ରହଣ ଯୋଗ୍ୟ । ହେବ ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ମିଥୁନ – ଆମୋଦ- ପ୍ରମୋଦରେ ସମୟ ଅତିବାହିତ କରୁଥିବା ବେଳେ, ଶତ୍ରୁର ଉପସ୍ଥିତି ବିବ୍ରତ କରିପାରେ । ଶତ୍ରୁଦମନ କରି ଆଶ୍ୱସ୍ତି ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

କର୍କଟ – ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । କର୍ମଚଞ୍ଚଳ ରହିବେ । ଆକସ୍ମିକ ଭାବେ ଧନ ଲାବ ହୋଇପାରେ । ଉତ୍ତମ ବ୍ୟକ୍ତିତ୍ୱ ଯୁକ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ସିଂହ – କାର୍ଯ୍ୟରେ ସ୍ଥିରତା ଆସିବ । ସମ୍ମାନକୁ ଜଗି ଚଳିବାକୁ ପଡିବ । ଉଦାର ସ୍ୱଭାବର ଏବଂ ଦାନ-ଧର୍ମରେ ଦୀକ୍ଷିତ ହେବେ । ଭ୍ରାତାଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

କନ୍ୟା – ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ । ମନପ୍ରସନ୍ନ ରହିବ । ମଧୁରଭାଷୀ ଓ ଆସ୍ତିକ ହେବେ । ବିବାଦୀୟ ଘଟଣାରେ ବିଜୟ ହାସଲ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ତୁଳା – ଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ମିଷ୍ଟଭାଷୀ ଓ ସହିଷ୍ଣୁ ହେବେ । ଶାନ୍ତିପ୍ରିୟ ହୋଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

ବିଛା – ପାରିବାରିକ ଓ ଶୁଭେଚ୍ଛୁଙ୍କ ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲଉାଭ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ଧନୁ – କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କର୍ମଚଞ୍ଚଳ ରହିବେ । ଏକାନ୍ତ ପ୍ରିୟ ହେବେ । ଚକ୍ଷୁରେ ସାମାନ୍ୟ ପୀଡା ଦେଖା ଦେଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ମକର – ତରବର ହୋଇ ଆଗକୁ ବଢିବା ଅପେକ୍ଷା ଧୀରେ ସୁସ୍ଥେ ଅଗ୍ରଗାମି ହେବେ । ଆୟ ଉତ୍ତମ ଧରଣର ହେବ । ଧାର୍ମିକ ପ୍ରବୃତ୍ତିର ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

କୁମ୍ଭ – କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ନିଜ ପରିବାର ପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ମୀନ – କାର୍ଯ୍ୟରେ ସଫଳତା ଲାଭ କରିବେ । ଭାଗ୍ୟଶାଳୀ ଓ ଭୋଗବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୪ ।



from Prameya News7

Comments

Popular posts from this blog