ADS

ଅପରେନସନ ଅଲ୍ଆଉଟ୍ : ସେନା ଗୁଳିରେ ୩ ଆତଙ୍କୀ ସଫା, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର ୨୯।୦୬: ଜାମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା ମଳିଛି । ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ କରିଛନ୍ତି ସୁରକ୍ଷାକକର୍ମୀ । ଜମ୍ମୁ-କାଶ୍ମୀରର  ଅନନ୍ତନାଗ ଖୁଲଚୋହାରରେ ଏନ୍‌କାଉଣ୍ଟରରେ ଆତଙ୍କବାଦୀ ନିହତ । ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ।

ସୂଚନାଯୋଗ୍ୟ ଯେ, ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସେନାବାହିନୀଙ୍କ ଗୁଇନ୍ଦା ସୂଚନା ମିଳିଥିଲା । ଖବର ମିଳିବା ମାତ୍ରେ ସେନା ବାହିନୀ  ସ୍ଥାନୀୟ ପୋଲିସ ସହାୟତାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ମିଳିଥିବା ଗୁଇନ୍ଦା ସୂଚନାନୁସାରେ ସେନା-ପୋଲିସ ପୁରା ଅଞ୍ଚଳକୁ ଘେରି ଯାଇଥିଲେ , ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପୁରା ଅଞ୍ଚଳକୁ ପୋଲିସ-ସେନା ବାହିନୀ ଘେରିଥିବା ଦେଖି ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ସେନା ବାହିନୀ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ, କିନ୍ତୁ ଆତଙ୍କବାଦୀମାନେ ଗୁଳିମାଡ ଜାରି ରଖିଥିଲେ ।

ଶେଷରେ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା । ବହୁ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିମାଡ ଜାରି ରହିଥିଲା । କିଛି ସମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଯେପରି ଏକେ-୪୭ ଓ ୨ଟି ପିସ୍ତଲ ମଧ୍ୟ ଜବତ କରାଯାଇଛି । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବାର ସୂଚନା ମଧ୍ୟ ମିଳିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ହୋଇଥିବା ୩ଜଣ ଆତଙ୍କୀଙ୍କ ପରିଚୟ ମିଳିପାରିନାହିଁ । ସେମାନେ କେଉଁ ଆତଙ୍କୀ ସଂଗଠନ ସହିତ ଜଡିତ ଥିଲେ , ତାହା ମଧ୍ୟ ଜଣାପଡିନାହିଁ । ଏନେଇ ତଦନ୍ତ ଜାରି ରହିଛି ।   



from Prameya News7

Comments

Popular posts from this blog