ADS

ଦେଶରେ କରୋନାକୁ ଲାଗୁନି ବ୍ରେକ୍, ୫ ଲକ୍ଷ ୬୦ ହଜାର ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ ୩୦।୬: ଦେଶରେ ହୁ ହୁ ହୋଇ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଭାରତରେ ମୋଟ୍  ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୦ ହଜାର ଟପିଛି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୨୮ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ୨ ଲକ୍ଷ ୧୫ ହଜାରରୁ ଅଧିକ ଆକ୍ଟିଭ କେସ୍ ରହିଛି ।

ଦେଶରେ ଏ ପର୍ଯ୍ୟନ୍ତ କରୋନାରେ ୧୬ ହଜାର ୭୯୦ ଜଣଙ୍କର ମୃତ୍ୟୁ ଘଟିଲାଣି । ଦୀର୍ଘ  ୬ଦିନ ହେଲା ପ୍ରତିଦିନ ଦେଶରେ ୧୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଜୁନ୍ ମାସରେ ଏପର୍ଯ୍ୟନ୍ତ ୩ ଲକ୍ଷ ୫୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି ।

ମହାରାଷ୍ଟ୍ରରେ ୧ ଲକ୍ଷ ୬୯ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି । ସେହିପରି ଦିଲ୍ଲୀରେ ୮୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେଲେଙ୍ଗାନାରା ଗୃହମନ୍ତ୍ରୀ ମେହମୁଦ୍ ଅଲ୍ଲୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ମହାରାଷ୍ଟ୍ର ଓ ମଣିପୁର ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍ ଡାଉନ୍ ବଢାଇଛନ୍ତି ।



from Prameya News7

Comments

Popular posts from this blog