ADS

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୪୩ରେ ପହଞ୍ଚିଲା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର ୦୧।୦୫: ରାଜ୍ୟରେ ଆଜି ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୨ରୁ ୧୪୩ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି। ସଂପୃକ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ୱେବସାଇଟ ଅନୁସାରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ରହିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୧ଟି ଆକ୍ଟିଭ କେସ୍‌ ରହିଛି । ସେହିପରି କରୋନା ଭାଇରସରୁ ୪୧ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗୁରୁବାର ଦିନ ରାଜ୍ୟରେ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବଂ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ଯାଜପୁରର ଜିଲ୍ଲାର ବୋଲି ଜଣାପଡିଥିଲା । ତେବେ ଗତକାଲି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ପହିଞ୍ଚିଛି । ଗୁରୁବାରରେ ଯାଜପୁର ଦଶରଥପୁର ବ୍ଲକ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୦ଜଣ ପୁରୁ​‌ଷ ଆକ୍ରାନ୍ତ ଥିବା ବେଳେ ୭ଜଣ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ବୟସ ଯଥାକ୍ରମେ, ୨୯ ବର୍ଷୀୟ ପୁରୁଷ, ୩୮ ବର୍ଷୀୟ ପୁରୁଷ, ୩୫ ବର୍ଷୀୟ ପୁରୁଷ, ୪୦ ବର୍ଷୀୟ ମହିଳା, ୨୯ ବର୍ଷୀୟ ପୁରୁଷ, ୨୦ ବର୍ଷୀୟ ଯୁବତୀ, ୮୫ ବର୍ଷୀୟ ବୃଦ୍ଧା, ୩ ବର୍ଷର ଶିଶୁ, ୩୪ ବର୍ଷର ପୁରୁଷ, ୩ ବର୍ଷର ଛୋଟ ପୁଅ, ୩୬ ବର୍ଷୀୟ ମହିଳା, ୧୨ ବର୍ଷର ଛୋଟ ପୁଅ, ୫୨ ବର୍ଷୀୟ ମହିଳା ଏବଂ ୬୨ ବର୍ଷୀୟ ପୁରୁଷ । ଏହି ସମସ୍ତ ସଂକ୍ରମିତ ଯାଜପୁର ଦଶରଥପୁରର କଟିକଟା ଅଞ୍ଚଳର ବୋଲି ଜଣାପଡିଛି ।



from Prameya News7

Comments