ADS

ସାରାବିଶ୍ୱରେ କରୋନା ନେଲାଣି ୪୨ହଜାରରୁ ଅଧିକ ଜୀବନ, ସାଢେ ଆଠ ଲକ୍ଷରୁ ଅଧିକ ଆକ୍ରାନ୍ତ : ଦେଶରେ ବଢୁଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା

ନୂଆଦିଲ୍ଲୀ ୦୧।୦୪ : ବିଶ୍ବରେ ହୁ ହୁ ହୋଇ ବଢିଚାଲିଛି କରୋନା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ୪୨ ହଜାର ୧୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ  ୫୭ ହଜାର ୪୮୭କୁ ବୃଦ୍ଧି ପାଇଛି । ଆମେରିକାରେ ସର୍ବାଧିକ ୧ ଲକ୍ଷ ୭୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି ।  ସେଠାରେ ଏବେ ସୁଦ୍ଧା ୩ ହଜାର ୮୬୭ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି  ଇଟାଲୀରେ ୭୭ହଜାର ୬୩୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୨ ହଜାର ଟପିଛି । ମଙ୍ଗଳବାର ଦିନ ୮୩୭ ଜଣଙ୍କ ମୃତ୍ୟୁ ହୋଇଛି।  ୩ହଜାର ୩୦୫ଜଣଙ୍କ ଜୀବନ ଗଲାଣି ।

ସେହିପରି ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ହଜାର ଟପିଥିବା ବେଳେ ୮ ହଜାର ୪୬୪ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସ୍ପେନରେ ୭୪୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।   ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୫୫ ହଜାର ହୋଇଥିବା ବେଳେ  ୭୭୫ ଲୋକଙ୍କ ମୃତ୍ୟୁ ହୋଇଛି ।  ଫ୍ରାନସରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର  ପାର୍ ହୋଇଥିବା ବେଳେ ପାଖାପାଖି ୩ ହଜାର ୫୨୩ ଜଣଙ୍କ ମୃତ୍ୟୁ ହୋଇଛି । ଇରାନରେ ୨୭ ହଜାରରୁ ଅଧିକ ଆକ୍ରାନ୍ତ ସହ ୨ହଜାର ୮୯୮ରୁ ଅଧିକ ମୃତ୍ୟୁ ହୋଇସାରିଲାଣି ।  ସେହିପରି ଭାରତରେ କରୋନା ନେଲାଣି ୩୫ ଜୀବନ । ଏବେ ସୁଦ୍ଧା ଦେଶରେ ମୋଟ ୧୩୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଭିତରୁ ୧୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ଏବଂ କେରଳରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମହାରାଷ୍ଟ୍ରରେ ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ଗୁଜରାଟରେ ୬ ଓ କର୍ଣ୍ଣାଟକରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟ ଦେଶମାନଙ୍କରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିଚାଲିଛି ।  ବିଶ୍ବରେ ଏବେ ୨୦୨ ଟି ଦେଶରେ ଆତଙ୍କ ଖେଳାଛି କରୋନା ଭାଇରସ । ତେବେ ଭୁତାଣୁର କବଳରୁ ୧ଲକ୍ଷ  ୭୭ ହଜାର୧୪୧ରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



from Prameya News7

Comments

Popular posts from this blog