ADS

ମାର୍ଚ୍ଚ ୩୦ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ବ୍ୟବସାୟରେ ଲାଭ ହେବ । ଚାକିରୀଜୀବୀଙ୍କୁ ଭଲ ଖବର ମିଳିପାରେ । ଶିକ୍ଷକଙ୍କୁ ସଫଳତା ମିଳିବ । ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖଦ ରହିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ବୃଷ – ଆପଣଙ୍କୁ ପୂର୍ବ କାର୍ଯ୍ୟର ସୁଫଳ ମିଳିବ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଉତ୍ତମ ପରିଣାମ ମିଳିବ । ବୁଧ ଚଳନ ଯୋଗୁ କିଛି ଦିନ ସତର୍କ ରହିବାକୁ ପଡିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ମିଥୁନ – କାର୍ଯ୍ୟ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ । ବଡ ନିଷ୍ପତ୍ତି ନେବା ପୂର୍ବରୁ ପରିବାରର ମତ ଶୁଣନ୍ତୁ । ବ୍ୟବସାୟୀମାନେ କାମରେ ବ୍ୟସ୍ତ ରହିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

କର୍କଟ – ଆଜି ଆପଣ ସୁସ୍ଥ ସବଳ ଅନୁଭବ କରିବେ । ବ୍ୟବସାୟରେ ସ୍ଥିରତା ବଜାୟ ରହିବ । ମହିଳା ମିତ୍ରଙ୍କ ସହ-ଯୋଗ ପାଇପାରନ୍ତି । ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ସିଂହ – ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ । ପ୍ରତିଷ୍ଠା ବଢିବ ଏବଂ କାରବାରରରେ ଉନ୍ନତି ହେବ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

କନ୍ୟା – ପୁଞ୍ଜି ନିବେଶରେ ନୂଆ ପରାମର୍ଶ ମିଳିପାରେ । କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ବିଶେଷ ଲାଭ ହୋଇପାରେ । ପ୍ରେମରେ ସଫଳତା ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ତୁଳା – ଆପଣଙ୍କର ଆତ୍ମବିଶ୍ୱାସ ବଢିବ । ସାମାଜିକ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ବିଛା – ଚାକିରିରେ ପଦୋନ୍ନତି ହୋଇପାରେ । ବନ୍ଧୁଙ୍କ ସହିତ ସମ୍ପର୍କ ମଜଭୁତ ହେବ । ବ୍ୟବସାୟରେ ତୁରନ୍ତ ନିଷ୍ପତ୍ତି ଲାଭପ୍ରଦ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ଧନୁ – ପୁରୁଣା ବନ୍ଧୁଙ୍କ ସହ ଆଲୋଚନା ଦ୍ୱାରା କଷ୍ଟ ଦୂର ହେବ । ପରିଶ୍ରମର ଉଚିତ ଫଳ ପାଇବେ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ମକର – ଉଚ୍ଚ ପଦବୀ ମିଳିବାର ସମ୍ଭାବନା ରହିଛି । ଅନ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ବଜାୟ ରହିବ । ଛାତ୍ରଙ୍କର ପ୍ରଦର୍ଶନ ଭଲ ରହିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

କୁମ୍ଭ – କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିବା ହେତୁ ବ୍ୟଥିତ ହେବେ । ପଇସା ବିନିଯୋଗରୁ ନିବୃତ୍ତ ରହନ୍ତୁ । ପରିବାର ଲୋକଙ୍କ ସହିତ ସୁଖଦ ସମୟ କାଟିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ମୀନ – ଆପଣଙ୍କର ଜରୁରୀ କାର୍ଯ୍ୟ ପୂରଣ ହେବ । ସମାଜରେ ପ୍ରତିଷ୍ଠା ବଢିବ । ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।



from Prameya News7

Comments

Popular posts from this blog