ମେଷ – ଘାତଚନ୍ଦ୍ର ଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ଦୂର ଯାତ୍ରାରେ ଅସଫଳା, କର୍ମ ବିଶୃଙ୍ଖଳା, ବିବାଦରେ ପରାଜିତ ହେବେ । ପୁରାତନ ରୋଗ ପୁନଃ ଭୋଗ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ । ବୃଷ – ବହୁ ବ୍ୟକ୍ତିଙ୍କ ପାଖରେ ବିରୋଧୀ ଭାବ ଆଚରଣ କରିପାରନ୍ତି । ମାନସିକ ଦୁଃଖ ବଢିବ । ଅର୍ଥାଗମ ହେଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେବ ନାହିଁ । ପତିତ ଅର୍ଥ କିଛି ପରିମାଣରେ ମିଳିବ । ଗୃହ ଭୂମି ସମସ୍ୟା ସବୁ ଅଧିକ ଲମ୍ବା ହେବ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୪ । ମିଥୁନ – ଦିନଟି ଶୁଭଫଳ ଦାୟକ ହେବ । ପରିବାରରେ ବୁଝାମଣାକୁ ସଜାଡି ନେଇ ପାରିବେ । ଆର୍ôଥକ ସ୍ଥିତି ସ୍ୱଚ୍ଛଳ ରହିବ । ଲୋକ କଲ୍ୟାଣକର କାର୍ଯ୍ୟରେ ଅଭିରୁଚି ବଢିବ । ପାକକ୍ରିୟା ଜନିତ କେତେକ ସ୍ୱାସ୍ଥ୍ୟ ସମସ୍ୟା ଆସିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ । କର୍କଟ – କର୍ମ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରିବେ । କାର୍ଯ୍ୟଭାର ବଢିବ । ବନ୍ଧୁବର୍ଗରୁ ଅକୁଣ୍ଠ ସାହାର୍ଯ୍ୟ ସହ ଯୋଗ ପାଇବେ । ଲକ୍ଷ୍ୟ ପୂରଣ କରିବେ । ସୌଖୀନ ଦ୍ରବ୍ୟର ଉପଭୋକ୍ତା ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ । ସିଂହ – ଧର୍ମ ଧାରଣା ବଢିବ । ଅନ୍ତଃକରଣ ପବିତ୍ର ରହିବ । ଆହାର ବିହାରରେ ନିୟମିତ ନ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ସଜ୍ଜନ ସଂପର୍କ, କାର୍ଯ୍ୟ ଶୃଙ୍ଖଳା, ସହଯୋଗ ଓ ଉତ୍ତମ ପାରିବାରିକ ବୁଝାମଣା ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।...